Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟିପର ଓଲଟି ପଡିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକମାନେ ଶ୍ରମିକ ବୋଲି ଜଣାପଡିଛି।

ସୂଚନା ମୁତାବକ, ବୁଲଟାଣା ଜିଲ୍ଲାର ସମୃଦ୍ଧି ରାଜମାର୍ଗ ପରିଯୋଜନାର କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ଟ୍ରକଟି ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିଥିଲା। ଫଳରେ ଟ୍ରକରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

ଟ୍ରକରେ ଲୁହାଛଡ ସହ ଶ୍ରମିକମାନେ ବୋଝେଇ ହୋଇ ଯାଉଥିଲେ। ବର୍ଷା କାରଣରୁ ଟ୍ରକଟି ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଟ୍ରକରେ ଥିବା ୧୬ ଜଣ ଶ୍ରମିକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ରାସ୍ତାରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.