Odisha Link
Bridging the Missing Links in Odisha

ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ ‘ହେଭି-ଲିଫ୍ଟ କାର୍ଗୋ’ ରପ୍ତାନୀ କଲା ଓଏସ୍‌ଏଲ୍

ଆଗକୁ ଏହିଭଳି ଅଧିକ ଭାରୀଦ୍ରବ୍ୟ ରପ୍ତାନୀ କରାଯିବ ବୋଲି ଓଏସ୍‌ଏଲ୍‌ ସୂତ୍ରରୁ ସୂଚନା ରହିଛି

ପାରାଦୀପ: ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ ହଲପାକ୍‌ ଡମ୍ପର୍‌ ଓ ଏସ୍କାଭେଟର୍‌ ଭଳି ଭାରୀ ଖଣିଜ ଯନ୍ତ୍ର ବିଦେଶକୁ ରପ୍ତାନୀ ହୋଇଛି। ରାଜ୍ୟର ପ୍ରମୁଖ ବନ୍ଦରରୁ ଏହି ଐତିହାସିକ ପ୍ରଥମ ପଦକ୍ଷେପକୁ ପରିଚାଳନା କରିଛନ୍ତି ଓଡ଼ିଶା ଷ୍ଟଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍)।

ତ୍ରିବେଣୀ ଅର୍ଥମୁଭର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପାରାଦୀପ ବନ୍ଦରରୁ ଇଣ୍ଡୋନେସିଆର ତାବୋନିଓ ବନ୍ଦରକୁ ୧୨୮ଟି ଖଣି ଯନ୍ତ୍ରାଂଶ ରପ୍ତାନୀ କରାଯାଇଛି। ଏଥିରେ ୪୫୦୦ ମେଟ୍ରିକ୍‌ ଟନ୍‌ ଓଜନ୍‌ ବିଶିଷ୍ଟ ୩୭ଟି ହଲ୍‌ପାକ୍‌ ଡମ୍ପର୍‌ ରହିଛି। ଏସବୁ ଯନ୍ତ୍ରାଂଶ ଇଣ୍ଡୋନେସିଆରେ ଖଣି ଖନନରେ ବ୍ୟବହାର କରାଯିବ।

ଯନ୍ତ୍ରାଂଶ ଉତ୍ତୋଳନ, ଜାହାଜରେ ରକ୍ଷଣ ଓ ରପ୍ତାନୀ ପରିଚାଳନା ଭାର ପାଇଁ ଦୁଇଟଇ ସଂସ୍ଥା ନିଯୁକ୍ତ ହୋଇଥିଲେ। ଷ୍ଟିଭେଡର କାମ ଟିପି ରୟ ଚୌଧୁରୀ ପ୍ରାଇଭେଟ୍‌ ଲିମିଟେଡ୍‌ ସମ୍ଭାଳିଥିବା ବେଳେ ଏକ୍ସପୋର୍ଟ କାମ ଓଏସ୍‌ଏଲ୍‌ ତୁଲାଇଥିଲେ।

ଜାହାଜ ଓ ବନ୍ଦରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସତର୍କତାର ସହ ଓଏସ୍‌ଏଲ୍‌ ପକ୍ଷରୁ ଭାରୀ ଯନ୍ତ୍ରାଂଶ ସବୁକୁ ଅଣାଯାଇ ଜାହାଜରେ ରଖାଯାଇଥିଲା। ଲଘୁଚାପ ପାଇଁ ଏହି ସାମାନ୍ୟ ପ୍ରଭାବିତ ହୋଇଥିଲେ ହେଁ କାର୍ଗୋ ଲୋର୍ଡିଂ ସମ୍ପୂର୍ଣ୍ଣ ସତର୍କତା ଓ ନୀତିନିୟମ ଆଧାରରେ ସମାପନ ହୋଇଥିଲା। ଆଗକୁ ଏହିଭଳି ଅଧିକ ଭାରୀଦ୍ରବ୍ୟ ରପ୍ତାନୀ କରାଯିବ ବୋଲି ଓଏସ୍‌ଏଲ୍‌ ସୂତ୍ରରୁ ସୂଚନା ରହିଛି।

Leave A Reply

Your email address will not be published.