Odisha Link
Bridging the Missing Links in Odisha

ପଇଡ଼ ବୋଝେଇ ଟ୍ରକରୁ ୭୦ ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ: ଲମତାପୁଟ ପୁଲିସକୁ ବଡ଼ ସଫଳତା। ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୁଲିସ କାବୁ କରିଛି। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟର ୪ ଜଣିଆ ପୋଲିସ ଟିମ୍ ଗଠନ କରି କଞ୍ଚଣା ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ।

ସୂଚନା ମୁତାବକ, ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ୍। ଟ୍ରକ ଡ଼ାଲାରେ ପଇଡ ବୋଝେଇ ଥିବା ଦେଖି ପୋଲିସ୍ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା। କିନ୍ତୁ ପୂର୍ବ ସୂଚନା ଅନୁଯାଇ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକକୁ ତନ ତନ କରି ଯାଞ୍ଚ କରିଥିଲା ପୁଲିସ। ପଇଡକୁ ବାହାର କରିବାରୁ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।

ଟ୍ରକ ଡାଲାରୁ ୨୮ଟି ବସ୍ତାରେ ପ୍ରାୟ ୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି। ଏଥିସହ ଗାଡ଼ିରେ ଥିବା ଦୁଇ ମାଫିଆଙ୍କୁ ମଧ୍ୟ କାବୁ କରିଛି ପୋଲିସ୍। ଗିରଫ ଯୁବକ ହେଲେ ଗାଡିମାଲିକ ଗଜେନ୍ଦ୍ର ତିୱାରୀ ଏବଂ ହେଲ୍ପର ଶିବଶଙ୍କର ଚୌଧୁରୀ ଏମାନଙ୍କ ଘର ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.