Odisha Link
Bridging the Missing Links in Odisha

ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ। ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଗୋଟିଏ ଟିମ୍‌ ମଠଆଡ଼ିଆ ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ, ଦୁର୍ଗାପ୍ରସାଦ ଡିଆରରେ ପକ୍ଷୀ ଗଣନା କରିବେ। ଏନେଇ କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି।

ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ,ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ପକ୍ଷୀ ଭିତରକନିକା ମୁହାଁ ହୋଇଛନ୍ତି। ସେମାନେ ଭିତରକନିକାର ବଗ ଗହଣ, ମଠଆଡ଼ିଆ, ଲଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି।

ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆ, ଓରୁଅଗରେ ବସା ବାନ୍ଧି ପକ୍ଷୀମାନେ ବଂଶ ବିସ୍ତାର କରିଥାନ୍ତି।

Leave A Reply

Your email address will not be published.