Odisha Link
Bridging the Missing Links in Odisha

ପୌର ନିର୍ବାଚନ ମାମଲା: ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ହାଇକୋର୍ଟରେ ପୌର ନିର୍ବାଚନ ମାମଲା। ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩ଟି ପୃଥକ ପୃଥକ ମାମଲା ଏକତ୍ର ଶୁଣାଣି କଲେ ହାଇକୋର୍ଟ। ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

ରାଜ୍ୟରେ ପୌର ନିର୍ବାଚନକୁ ନେଇ ରୁଜୁ ହୋଇଥିଲା ୩ଟି ମାମଲା। କଟକ, ପୁରୀ ଓ ଭୁବନେଶ୍ବରର ବାସିନ୍ଦା କରିଥିଲେ ମାମଲା। କଟକରୁ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀରୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଭୁବନେଶ୍ବରରୁ ପ୍ରସନ୍ନ କୁମାର ମିଶ୍ର ମାମଲା ଦାୟର କରିଥିଲେ। ପକ୍ଷ ରଖିବେ ରାଜ୍ୟ ନିର୍ବାଚନ ଆୟୋଗ। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।