Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୨ ମୃତ, ୫ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ପ୍ରକୃତି ତାଣ୍ଡବ କରୁଛି। ଉତ୍ତରାଖଣ୍ଡରେ ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ। ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି ଫଳରେ ଅନେକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ଘଟିଛି। ଏଥିରେ ଦୁଇ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ସେଠାରେ ପହଂଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି

ପିଥୌରଗଡ଼ ଡିଏମ୍ ଆଶୀଷ ଚୌହାନ୍ କହିଛନ୍ତି ଯେ, ଏସଡିଆରଏଫ୍ ଏବଂ ଏସଏସବିର ଦୁଇଟି ଟିମ୍ କୁ ଉକ୍ତ ଗାଁ ଗୁଡ଼ିକୁ ପଠାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କୁ ଅପରେସନ୍ ଜାରି ରହିଛ । ଡିଏମ୍ କହିଚନ୍ତି ଯେ, ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଯାହା ଫଳରେ ଏହି ଭୟଙ୍କର ଭୁସ୍ଖଳନ ହୋଇଥିବା ସୂଚନା ମିଳିଥିଲା।

ତପୋବନ ଇଲାକାରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିବାରୁ ଧାରଚୁଲା ଅଂଚଳରେ ବିପଦ ବଢିବାରେ ଲାଗିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.