Odisha Link
Bridging the Missing Links in Odisha

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା

ପୁରୀ: ମହାବାହୁଙ୍କୁ ଦର୍ଶନ କଲେ ବଲିଉଡର ଷ୍ଟାର ଅଭିନେତା ଗୋବିନ୍ଦା। ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ବିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି।

ଗୋବିନ୍ଦା ଆହୁରି କହିଛନ୍ତି, ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିଲି। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଛି। ପୁଣିଥରେ ସ୍ବାଭାବିକ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବ ବୋଲି ଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଗୋବିନ୍ଦା ଏହା କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଗୋବିନ୍ଦା ୩୦ ମିନିଟରୁ ଅଧିକ ସମୟ ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଥିଲେ।