Odisha Link
Bridging the Missing Links in Odisha

ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୧୧ରେ ନୂଆଁଖାଇ

ସମ୍ବଲପୁର: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେବ।

ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ସକାଳରୁ ତୁଳା ଲଗ୍ନରେ ସକାଳ ୧୦ଟା୧୫ରୁ ୧୦ଟା୨୫ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କଠାରେ ନବାନ୍ନ ଲାଗି କରାଯିବ| ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି। ଏହା ପରେ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି।

Leave A Reply

Your email address will not be published.