Odisha Link
Bridging the Missing Links in Odisha

ଶୁଟିଂରେ ଭାରତକୁ ଡବଲ ମେଡାଲ, ବିଶ୍ବ ରେକର୍ଡ କଲେ ମନୀଷ

ଟୋକିଓ: ଟୋକିଓରେ ଚମକୁଛନ୍ତି ଭାରତୀୟ ପାରାଲିମ୍ପିକ୍‌ ଖେଳାଳି। ଶୁକ୍ରବାର ୩ଟି ପଦକ ଜିତିବା ପରେ ଶନିବାର ୨ଟି ପଦକ ହାତେଇଛନ୍ତି ଭାରତୀୟ ଖେଳାଳି। ଶୁଟିଂରେ ଦୁଇଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି।

୧୦ ମିଟର ପିସ୍ତଲ ଏସ୍‌ଏଚ୍‌-୧ ବର୍ଗରେ ଭାରତକୁ ଏହି ବଡ଼ ସଫଳତା ମିଳିଛି। ଏଥିସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେ ଭାରତକୁ ୧୫ଟି ପଦକ ମିଳି ସାରିଥିବା ବେଳେ ପ୍ରମୋଦ ଭଗତ ଓ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରି ମେଡାଲ ପକ୍କା କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ସିଂହରାଜ ମଙ୍ଗଳବାର ଦିନ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ମନୀଷ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ଶୁଟିଂରେ ଅବନୀ ଓ ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Leave A Reply

Your email address will not be published.