Odisha Link
Bridging the Missing Links in Odisha

କାଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ କଲା ତାଲିବାନ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କଲା ତାଲିବାନ। ନିଜର ଆଭିମୁଖ୍ୟ ବଦଳାଇ ତାଲିବାନ କହିଛି କାଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି। ଏଥିରୁ ଆମକୁ କେହି ବି ନିବୃତ କରିପାରିବେ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ତାଲିବାନର ମୁଖପାତ୍ର ସୁହାଲି ଶାହୀନ ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି, “ଆମେ ମୁସଲିମ। ମୁସଲିମ ହିସାବରେ ଆମେ କଶ୍ମୀରରେ ରହୁଥିବା ମୁସଲିମଙ୍କ ସପକ୍ଷରେ ସ୍ୱର ଉଠାଇବାର ଅଧିକାର ପାଇଛୁ। କେବଳ କଶ୍ମୀର ନୁହେଁ, ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ମୁସଲିମଙ୍କୁ ସମର୍ଥନ କରିବାର ଅଧିକାର ଆମର ରହିଛି।

ଆମେ ସବୁବେଳେ ସ୍ୱର ଉଠାଇବୁ। ଆମେ କେବଳ ଗୋଟିଏ କଥା କହିବାକୁ ଚାହୁଁଛୁ ଯେ ମୁସଲିମମାନେ ମଧ୍ୟ ସ୍ଥାନୀୟ ସରକାରଙ୍କ ନିଜ ଲୋକ। ସେମାନେ ଉକ୍ତ ଦେଶର ନାଗରିକ। ତେଣୁ ସେମାନଙ୍କୁ ମଧ୍ୟ ସ୍ଥାନୀୟ ସରକାର ନିଜ ଆଇନ ଅନୁସାରେ ସମାନ ଅଧିକାର ଦେବା ଦରକାର। ତେଣୁ ଯେଉଁଠି ଅନ୍ୟାୟ ହେବ, ତା’ ବିରୋଧରେ ଆମେ ସ୍ୱର ଉଠାଇବୁ।”