Odisha Link
Bridging the Missing Links in Odisha

ଶ୍ରେଣୀ ମଝିରେ ପରଦା: ଗୋଟିଏ ପାର୍ଶ୍ୱରେ ଛାତ୍ର ଅନ୍ୟ ପାର୍ଶ୍ୱରେ ଛାତ୍ରୀ

ଆଫଗାନିସ୍ତାନ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ବଦଳି ଯାଇଛି ବିଶ୍ୱବିଦ୍ୟାଳୟ ଚିତ୍ର। ଆଉ ଶ୍ରେଣୀରେ ଏକାଠି ବସୁ ନାହାନ୍ତି ଛାତ୍ରଛାତ୍ରୀ। ଏବେ ଶ୍ରେଣୀ ମଝିରେ ଟଣା ଯାଉଛି ପରଦା। ପରଦାର ଗୋଟିଏ ପାର୍ଶ୍ୱରେ ଛାତ୍ର ଏବଂ ଅନ୍ୟ ପାର୍ଶ୍ୱରେ ଛାତ୍ରୀ ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇବେ। ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼େଇବେନି। ଯଦି ମହିଳା ଶିକ୍ଷକ ନିୟୋଜିତ କରିବା ଅସମ୍ଭବ ହୁଏ ତେବେ ଉତ୍ତମ ଚରିତ୍ର ଥିବା ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯିବ। କ୍ଲାସ ସରିବାର ୫ ମିନିଟ ପୂର୍ବରୁ ଛାତ୍ରୀମାନେ କ୍ଲାସ ଛାଡ଼ିବେ। ଛାତ୍ରମାନେ ଶିକ୍ଷାନୁଷ୍ଠାନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ ୱେଟିଂ ହଲରେ ରହିବେ। ଏପରି ନିୟମ ଲାଗୁ କରିଛି ତାଲିବାନ।