ବିରୋଧୀ ଗୃହକୁ ଚଳାଇ ନଦେବାରୁ ଧାରଣା ଦେଲା ବିଜେଡି
![](https://www.odishalink.com/wp-content/uploads/2021/09/vlcsnap-2021-09-09-10h58m35s25.jpg)
ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧବେଶନର ଶେଷ ଦିନ। ଶେଷ ଦିନରେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା କରି ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି।
ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ହେଉନଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ରବିଋତୁରେ ଧାନର ଏମଏସପି ବୃଦ୍ଧି କରାଯାଉନଥିବାରୁ ବିଜେଡିର ଉଦବେଗ ପ୍ରକାଶ ପାଇଛି।
ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ବ୍ୟାନର ଧରି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସମସ୍ତ ବିଜେଡି ବିଧାୟକ।