ସଚିନଙ୍କୁ ଭେଟିଲେ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ, କହିଲେ…

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମଥର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି। ସଚିନଙ୍କୁ ଭେଟି ସେ କହିଛନ୍ତି, ନିଜ ପିଲା ଦିନର ସ୍ୱପ୍ନ ପୂରଣ କରିଛନ୍ତି। ସଚିନଙ୍କୁ ଭେଟିବା ପାଇଁ ସେ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲେ ଓ ଆଜି ସେହି ସ୍ୱପ୍ନ ସାକାର ହୋଇଥିବା ପ୍ରମୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସଚିନ ମଧ୍ୟ ପ୍ରମୋଦଙ୍କ ସହ ସେଲଫି ନେଇଛନ୍ତି। ସେ ପାଇଥିବା ସ୍ୱର୍ଣ୍ଣ ପଦକ ସହ ସଚିନ ଫଟୋ ମଧ୍ୟ ଉଠାଇଛନ୍ତି। ଏଥିସହ ତାଙ୍କ ଜର୍ସିରେ ପ୍ରମୋଦଙ୍କ ପାଇଁ ବାର୍ତ୍ତା ଦେଇ ଦସ୍ତଖତ କରିଛନ୍ତି।
CHILDHOOD DREAM COMES TRUE!
I can't believe how happy I am today
as a kid I took inspiration from Sir @sachin_rt
The words you spoke to me today will stay with me forever & will keep inspiring me for life.
I thank you from the bottom of my heart ❤️
I will be sleepless tonight 😍 pic.twitter.com/KdssKlFqij— Pramod Bhagat (@PramodBhagat83) September 8, 2021
ଏହି ଭେଟଘାଟ ପରେ ପ୍ରମୋଦ ଟ୍ୱିଟ କରି କହିଛନ୍ତି, “ପିଲା ଦିନର ସ୍ୱପ୍ନ ପୂରଣ ହୋଇଛି। ମୁଁ ଆଜି କେତେ ଖୁସି ତା’ ମୁଁ ନିଜେ ବି ବିଶ୍ୱାସ କରିପାରୁନି। ମୋ ପିଲାଦିନରୁ ସଚନ ସାର୍ଙ୍କ ଠାରୁ ବହୁତ କିଛି ଶିଖିଛି। ଆଜି ତାଙ୍କ ସହ କଥା ହୋଇଥିବା ପ୍ରତିଟି ଶବ୍ଦ ମୋ ସହ ସବୁଦିନ ରହିବ। ଜୀବନରେ ଆଗକୁ ଯିବାକୁ ପ୍ରେରଣା ଯୋଗାଇବ। ମୁଁ ତାଙ୍କୁ ମୋ ହୃଦହୟରୁ ଧନ୍ୟବାଦ ଜଣାଉଛି। ଆଜି ରାତିରେ ମୁଁ ଶୋଇପାରିବିନି।”
ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ତାଙ୍କର ଐତିହାସିକ ସଫଳତା ପାଇଁ ଓଡ଼ିଶା ସରକାର ତାଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ତାଙ୍କୁ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପ୍ରଦାନ କରାଯିବ।