Odisha Link
Bridging the Missing Links in Odisha

ଆଜି ମୌସୁମୀ ଅଧିବେଶନର ଶେଷ ଦିନ

ଭୁବନେଶ୍ବର: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ। ଶେଷ ଦିନରେ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସଂକଳ୍ପ ଆଗତ ହେବ। ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ସଂକଳ୍ପ ଆଗତ ହେବ।

ବିଧାନସଭାରେ ଏହି ସଂକଳ୍ପ ଆଗତ କରିବେ ମନ୍ତ୍ରୀ ଜଗନ୍ନାଥ ସାରକା। ତେବେ ଏହି ଅଧିବେଶନରେ ଆଲୋଚନା କମ୍, ବିବାଦ ଏବଂ ହଟ୍ଟଗୋଳ ଅଧିକ ହୋଇଛି। ଗୃହର ଗୁରୁତ୍ୱପୂର୍ଣ୍ଣ ସମୟ ନାରାବାଜି ଓ ମୁଲତବୀରେ ଯାଉଛି।

Leave A Reply

Your email address will not be published.