Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍: ଘୋଷଣା ହେଲା ବିରାଟ ବାହିନୀ, କିଏ ଇନ୍‌ କିଏ ଆଉଟ୍‌ ଜାଣନ୍ତୁ

ମୁମ୍ବାଇ: ଚର୍ଚ୍ଚାରେ ଲାଗିଲା ବିରାମ। ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ। ବିରାଟ କୋହଲିଙ୍କ ନେତୃତ୍ବରେ ଜାତୀୟ ସିନିୟର ଦଳ ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ସବୁଠୁ ବଡ଼ ଖବର ଦୀର୍ଘଦିନ ଧରି ଟିମ୍‌ ଇଣ୍ଡିଆର ସୀମିତ ଓଭର କ୍ରିକେଟରୁ ଦୁରେଇ ରହିଥିବା ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସ୍ଥାନ ମିଳିଛି। ସୀମିନ ଓଭର କ୍ରିକେଟର ବହୁ ଚର୍ଚ୍ଚିତ ଯୋଡ଼ି ୟୁଜବେନ୍ଦ୍ର ଚାହଲ ଓ କୁଲଦୀପଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଭାରତର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିସିସିଆଇ ଟି-୨୦ ବିଶ୍ଵ କପ୍ ପାଇଁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ବିକେଟକିପର), ଇଶାନ କିଶନ(ଓ୍ବିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମି।

ରିଜର୍ଭ ଖେଳାଳି:
ଶ୍ରେୟସ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର

୨୦୧୬ ପରେ ପ୍ରଥମ ଥର ହେଉଥିବା ଟି-୨୦ ବିଶ୍ଵ କପ୍‌ ୟୁଏଇ ଓ ଓମାନରେ ଖେଳାଯିବ। ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ବିଶ୍ଵ କପର ଫାଇନାଲ୍ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ। ଏଥିରେ ଭାରତ ନିଜର ପ୍ରଥମ ମୁକାବିଲା ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଖେଳିବ। ବିରାଟ କୋହଲି ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପରେ ଭାରତରେ ମଙ୍ଗ ଧରିବାକୁ ଯାଉଛନ୍ତି।

Leave A Reply

Your email address will not be published.