ବିଜେଡି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଝଟକା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ନାମରେ ବାଲୁଗାଁ NAC କାର୍ଯ୍ୟାଳୟ ପରିସରରେ ବିଜେପି ନେତା ଙ୍କୁ ମାଡ ମରିଥିବା ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ, ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଗଦ୍ଦେବ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିଥିବା ଅଭିଯୋଗ ହୋଇଥିଲା। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ପିଟିଥିବା ନେଇ ଅଭିଯୋଗ କରିଥିଲେ ପ୍ରଶାନ୍ତ ସେଠୀ।
ମିଳିଥିବା ସୂଚନାମୁତାବିକ, ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନଏସି କାର୍ଯ୍ୟାଳୟକୁ ପଚାରିବାକୁ ଯାଇଥିଲେ ନିରଞ୍ଜନ। ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟି କ’ଣ ପାଇଁ ଭତ୍ତା ବଣ୍ଟନରେ ବିଳମ୍ବ ହେଉଛି ସେନେଇ ପଚାରିବାକୁ ଯାଇଥିଲେ ନିରଞ୍ଜନ।
ପରେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ତେବେ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ବିଜେପି କର୍ମୀ ତାତିଛନ୍ତି। ମାଡ଼ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀ ଧାରଣା ଦେବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ