Odisha Link
Bridging the Missing Links in Odisha

ଆଜିଠୁ ୩ ଦିନ ଜଗା ଦର୍ଶନ ବନ୍ଦ

ପୁରୀ: ଆଜିଠୁ ତିନି ଦିନ ଜଗା ଦର୍ଶନ ବନ୍ଦ। ଏନେଇ ଘୋଷଣା କରିଛି ଶ୍ରମନ୍ଦିର ପ୍ରଶାସନ। ସୋମବାରଠୁ ନୂଆ କଟକଣାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି।

ମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ସେପଟେ ପୂର୍ବ ଏସ୍‌ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍‌ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ।

କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ। ମହାପ୍ରଭୁଙ୍କ ପାଇଁଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବେ।