Odisha Link
Bridging the Missing Links in Odisha

୧୪ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ବର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହାକୁ ନଜରରେ ରଖି ବିଜୁ ଜନତା ଦଳ ପ୍ରସ୍ତୁତ କରୁଛି ରଣନୀତି। ବେଶ୍‌ କରି ପଶ୍ଚିମ ଓଡ଼ିଶା ଉପରେ ବିଜେଡିର ଫୋକସ୍‌ ରହିଛି। ଖାସ୍‌ ସେଇଥିପାଇଁ କୋଭିଡ୍ କଟକଣା ସତ୍ତ୍ୱେ ୭ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୪ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୪ତାରିଖ ମଙ୍ଗଳବାର ଘଣ୍ଟିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ଏବେ ୫୦ରୁ ଅଧିକ ରାଜ୍ୟସ୍ତରୀୟ ନେତାଙ୍କୁ ସେପ୍ଟେମ୍ବର ୧୩ତାରିଖ ସନ୍ଧ୍ୟା ସୁଦ୍ଧା ପହଁଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟା କାର୍ଯ୍ୟକ୍ରମ ବୀରମିତ୍ରପୁରରେ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.