Odisha Link
Bridging the Missing Links in Odisha

ଦିନକରେ ୭୪୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୫ ଜଣ କ୍ବାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧୦ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ହେଲେ ୦-୧୮ ବର୍ଷ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ୧୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨ଜଣ, ବରଗଡ଼ ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୧୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮ଜଣ, ଯାଜପୁର ଜିଲ୍ଲାରୁ ୨୭ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୯୭ଜଣ, କୋରାପୁଟ ଜିଲ୍ଲାରୁ ୧ଜଣ, ମାଲକାନାଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୩୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୧୧ଜଣ, ନୂଆପଡ଼ା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୧୭ ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪ଜଣ, ଷ୍ଟେଟ ପୁଲ୍‌ରୁ ୭୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦,୧୫,୦୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୦୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯,୯୯,୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.