Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ପୂଜା

ପୁରୀ: ଆଜି ଗଣେଶ ଚତୁର୍ଥୀ। ଆଜି ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଗଜାନନଙ୍କ ପୂଜା କରାଯିବ। ଏହି ଅବସରରେ ମାଦଳା ପାଞ୍ଜି ପୂଜା କରାଯିବ। ବଟଗଣେଶଙ୍କ ନିକଟରେ ସ୍ବତନ୍ତ୍ର ପୂଜାବିଧି ହେବ।

ବିଧିମୁତାବିକ ସନ୍ଧ୍ୟା ଧୂପ ସରିବା ପରେ ଠାକୁରଙ୍କଠାରେ ଶୀତଳଭୋଗ ଓ ବନ୍ଦାପନା ନୀତି ହେବ। ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନରେ ମାଦଳାପାଞ୍ଜି ରଖାଯିବ। ତାହା ଉପରେ ପତନି ଓ ପୁଷ୍ପମାଲ୍ୟ ରଖି ପୂଜାର୍ଚ୍ଚନା କରାଯିବ। ଏହି ପବିତ୍ର ଦିନରେ ଭୁବନେଶ୍ୱରୀଙ୍କଠାରେ ସ୍ୱତନ୍ତ୍ର ପୂଜା ହୁଏ।

Leave A Reply

Your email address will not be published.