Odisha Link
Bridging the Missing Links in Odisha

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସଦର ବ୍ଲକସ୍ଥ ସିନ୍ଧିରିମାଳ ପଞ୍ଚାୟତ ତଳ ଭୀମାରାଙ୍ଗିଣୀ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଯାହାଫଳରେ ବର୍ଷାଦିନେ ଯାତାୟତରେ ଘୋର ଅସୁବିଧା ଦେଖିବାକୁ ମିଳିଥାଏ। ଏପରିକି ରୋଗୀଙ୍କୁ ହସ୍ପିଟାଲ ନେବା ପାର୍ଇ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରି ନଥାଏ। ଏହି ଅସୁବିଧା ହେଉଥିବାରୁ ଗ୍ରାମବାସୀ ରାସ୍ତା ମରାମତି କରିବା ପାଇଁ ବାରମ୍ବାର ବ୍ଲକ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ କାଦୁଅପାଣି ରାସ୍ତାରେ ଧାନତଳି ରୋଇ ପ୍ରତିବାଦ ଜଣାଇଛନ୍ତି।

Leave A Reply

Your email address will not be published.