Odisha Link
Bridging the Missing Links in Odisha

ଆଜି ଗଣେଶ ପୂଜା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍ ପାଳିତ ହୋଇଥାଏ। ସବୁଠି ଉତ୍ସବର ମାହୋଲ ଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଯାଇଛି। ସାର୍ବଜନୀନ ପୂଜା ଉପରେ ପ୍ରଶାସନ ରୋକ ଲଗାଇଛି। ଫଳରେ ଘରେ ରହି ନିରାଡ଼ମ୍ବରେ ବିଘ୍ନବିନାଶକଙ୍କ ପୂଜା କରୁଛନ୍ତି ଲୋକେ। ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ପୂଜା କରିବାକୁ ଅନୁମତି ମିଳିଛି। ଛାତ୍ରଛାତ୍ରୀମାନେ ଘରେ ରହି ବିଦ୍ୟାଦାତାଙ୍କ ଆରାଧନା କରୁଛନ୍ତି।

ପ୍ରତି ବର୍ଷ ଗଣେଶ ଚଥୁର୍ଥୀରେ ବେଶ ଧୁମଧାମରେ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ପୂଜା ପାଇଥାଏ। କରୋନା ସଂକ୍ରମଣ ପାଇଁ କୌଣସି ମଣ୍ଡପରେ ଗଣେଶ ପୂଜା ହେବା ଉପରେ କଟକଣା ଲାଇଛି ପ୍ରଶାସନ। ଫଳରେ ସାର୍ବଜନିକ ପୂଜା କୌଣସି ସ୍ଥାନରେ ଗହଳି ନହେବା ସହିତ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି। ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ଶିକ୍ଷକମାନେ ପୂଜା କରିବାକୁ କୁହାଯାଇଛି। କରୋନା କଟକଣା ମାନି ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପୂଜା କରାଯିବ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ। କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଧୁମଧାମରେ ଗଣେଶ ପୂଜା ହେବ ନାହିଁ। କେବଳ ବିଧି ପାଳନ ହେବ। ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ମାମଲା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.