Odisha Link
Bridging the Missing Links in Odisha

ଶାଶୂଙ୍କୁ ହତ୍ୟାକରି ଗୁପ୍ତାଙ୍ଗରେ ବାଉଁଶ ପୂରାଇଲା ଜ୍ୱାଇଁ

ମୁମ୍ବାଇ: ଶାଶୂଙ୍କୁ ହତ୍ୟାକରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୁମ୍ବାଇର ଭିଲେ ପର୍ଲରେ। ପୁଲିସ ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ୍ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ପୁଲିସ୍।

ସୂଚନା ମୁତାବକ, ଅଭିଯୁକ୍ତ ପ୍ରଥମେ ଟାଇଲ୍‌ରେ ତାଙ୍କ ଶାଶୂଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଏହା ପରେ ଛୁରୀରେ ତାଙ୍କୁ ବାରମ୍ବାର ଭୁସି ଥିଲା। ଆଉ ତା’ପରେ ଏକ ବାଉଁଶ ତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲା।

ମୃତ ମହିଳା ଜଣଙ୍କ ତାଙ୍କ ଝିଅ ସହ ମୁମ୍ବାଇର ଭିଲେ ପର୍ଲ (ପୂର୍ବ)ରେ ରହୁଥିଲେ। ଅଭିଯୁକ୍ତ ଜଣେ ଚେନ୍‌ ଲୁଟେରା। ସୁନା ଚେନ୍ ଲୁଟି ୩ ବର୍ଷ ହେଲା ଜେଲ୍‌ରେ ଥିଲା ଅଭିଯୁକ୍ତ। ସେପ୍ଟେମ୍ବର ୧ ତାରିଖରେ ସେ ଜେଲ୍‌ରୁ ବାହାରିଥିଲା। ଜେଲ୍‌ରୁ ବାହାରିବା ପରେ ସେ ତା ସ୍ତ୍ରୀକୁ ଦେଖା କରିବା ପାଇଁ ଯାଇଥିଲା। କିନ୍ତୁ ତା’ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇଥିବା ଓ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା।

ଅଭିଯୁକ୍ତ ତା’ ପତ୍ନୀକୁ ତା’ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲା। ତେବେ ତା’ ପତ୍ନୀ ମାନି ନଥିଲେ। ଅଭିଯୁକ୍ତ ତା’ପର ଦିନ ପୁଣି ସେଠାକୁ ଯାଇଥିଲା। ତେବେ ସେତେବେଳେ ତା’ ପତ୍ନୀ ସେଠାରେ ନଥିଲେ। ସେ ତାଙ୍କ ନୂଆ ସ୍ୱାମୀଙ୍କ ଘରକୁ ଚାଲି ଯାଇଥିଲା। ଅଭିଯୁକ୍ତ ତା’ ଶାଶୂଙ୍କୁ ପତ୍ନୀଙ୍କ ସଂପର୍କରେ ସବିଶେଷ ତଥ୍ୟ ମାଗିଥିଲେ। କିନ୍ତୁ ଶାଶୂ କିଛି କହିବାକୁ ମନା କରି ଦେଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ମାରି ଦେଇଥିଲା।

Leave A Reply

Your email address will not be published.