Odisha Link
Bridging the Missing Links in Odisha

ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ। www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି। +୨ ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି।

ତେବେ କଳାର ପ୍ରଥମ କଟ୍ ଅଫରେ ୨ ଲକ୍ଷ ୪୭ ହଜାର ୯୦୭ ଜଣ ମନୋନୀତ ହୋଇଛନ୍ତି। ସେହିପରି ବାଣିଜ୍ୟର ପ୍ରଥମ କଟ୍ ଅଫରେ ୨୪ ହଜାର ୫୬୦ ଜଣ ମନୋନୀତ ହୋଇଛନ୍ତି। ଏହାସହ ବିଜ୍ଞାନର ପ୍ରଥମ କଟ୍ ଅଫରେ ୧ ଲକ୍ଷ ୭ ଶହ ୩୭ ଜଣ ମନୋନୀତ ହୋଇଛନ୍ତି। କାଲିଠାରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ।

୧ମ ପର୍ଯ୍ୟାୟ ମେରିଟ ଲିଷ୍ଟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି। କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି। ସେହିପରି ବିଜେପିରେ କଳା-୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି।

Leave A Reply

Your email address will not be published.