Odisha Link
Bridging the Missing Links in Odisha

ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ରାତି ପାଟ୍ରୋଲିଂ ବି କରାଯିବ।

ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ। ରାଜ୍ୟରେ ୮ଟି ବୃହତ ଓ ୪୪ଟି ମଧ୍ୟମ ଜଳ ଭଣ୍ଡାର ରହିଛି। ହୀରାକୁଦରେ ଜଳ ଧାରଣ କ୍ଷମତା ୭୮% ରହିଛି। ସେହିପରି ରେଙ୍ଗାଲି ଡ୍ୟାମରେ କ୍ଷମତାର ୮୩ ପ୍ରତିଶତ ଜଳ ରହିଛି। ଅବଶିଷ୍ଟ ୬ଟି ବୃହତ ଜଳ ଭଣ୍ଡାରରେ କ୍ଷମତାର ୫୦ ପ୍ରତିଶତ ରୁ କମ୍ ଜଳ ରହିଛି। ୪୪ଟି ମଧ୍ୟମ ଡ୍ୟାମରୁ ୬ଟି ୭୫% ଓ ୧୪ଟିରେ ୫୦ ପ୍ରତିଶତ ଜଳ ରହିଛି।

Leave A Reply

Your email address will not be published.