Odisha Link
Bridging the Missing Links in Odisha

ଏସ୍‌ସିବିରେ ଅଘଟଣ, ଛାତରୁ ଖସିଲା କଂକ୍ରିଟ୍

କଟକ: ଏସସିବିରେ ଅଘଟଣ। କଟକ ବଡ଼ ଡାକ୍ତରଖାନାରେ ଅଘଟଣ। ଏସ୍‌ସିବିର ସର୍ଜରୀ ବିଭାଗ ଆଉଟଡୋର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା। କଂକ୍ରିଟ୍‌ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳେ ରୋଗୀମାନେ ଟିକେଟ୍‌ କାଟିବା ପାଇଁ ଆସିଥିଲେ। ହେଲେ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ। ହେଲେ କଂକ୍ରିଟ୍‌ ଖଣ୍ଡ ଖସିବା ଯୋଗୁଁ କମ୍ପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି।

ଗତ ୨୪ ଘଣ୍ଟାରେ କଟକରେ ପ୍ରାୟ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଜଳ ଜମି ଯାଇଛି। ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୨୦୦ଟି ପମ୍ପକୁ ନିୟୋଜିତ କରାଯାଇଛି। ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ତଳ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।

Leave A Reply

Your email address will not be published.