Odisha Link
Bridging the Missing Links in Odisha

ପରଲୋକରେ ଓସ୍କାର ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଅସୁସ୍ଥତା ଯୋଗୁ ମେଙ୍ଗାଲୁରୁ ସ୍ଥିତି ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ଶେଷ ଭାଗରେ ସେ ହଠାତ୍‌ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟ କରିଯାଇଥିଲା। ଏହି କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।

ଫର୍ଣ୍ଣାଣ୍ଡେଜ ୧୯୭୫-୭୬ରେ ଉଡୁପିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ ମସିହାରେ ସେ ଉଡୁପିରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୧୯୮୦, ଏହାପରେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ଯାଇଥିଲେ।

୧୯୮୪ରୁ ୧୯୮୫ ଯାଏ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି ମଧ୍ୟ କୁହାଯାଏ।

Leave A Reply

Your email address will not be published.