Odisha Link
Bridging the Missing Links in Odisha

ଦୁବାଇରେ ନୂଆଖାଇ ପାଳନ

ଦୁବାଇ: ଦୁବାଇରେ ରହୁଥିବା ଓଡ଼ିଆମାନେ ଖୁବ ଧୁମଧାମରେ ପାଳନ କରିଛନ୍ତି ନୂଆଖାଇ। ଏଥିପାଇଁ ଦୁବାଇ ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅନେକ ଓଡ଼ିଆ ପରିବାର ଏକ ପାର୍କରେ ଏକାଠି ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଓଡ଼ିଆମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଖାଇବା ତିଆରି ହୋଇଥିଲା।

ଓଡ଼ିଶାର ଗଣପର୍ବ ନୂଆଖାଇକୁ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମର ସହ ପାଳନ କରନ୍ତି ଓଡ଼ିଶାରେ ରହୁଥିବା ଓଡ଼ିଆମାନେ। ମେବେ ଗତପର୍ଷ କରୋନା ଯୋଗୁଁ ନୂଆଖାଇ ଧୁମ୍‌ଧାମର ସହ ପାଳନ କରାଯାଇ ନଥିଲା। କୋଭିଡର ଦୁଇଟି ଯାକ ଟିକା ନେଇଥିବା ଲୋକମାନେ ଏ‌ଥିଣେ ସାମିଲ ହୋଇଥିଲେ।