Odisha Link
Bridging the Missing Links in Odisha

ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ ଗୁପଚୁପ୍

ମଧ୍ୟପ୍ରଦେଶ: ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ ଗୁପଚୁପ୍। ଭୋପାଳରେ ଜଣେ ଗୁପଚୁପ ବିକାଳିଙ୍କ ଘରେ ଝିଅ ଜନ୍ମ ହେବା ପରେ ଭିନ୍ନ ଢଙ୍ଗରେ ଖୁସି ପାଳନ କରାଯାଇଛି। ଗୁପଚୁପ ବିକାଳି ଅଞ୍ଚଳ ଗୁପ୍ତା ସମସ୍ତଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ଦେଇଛନ୍ତି। ଏଥିପାଇଁ ସେ ପ୍ରଥମେ ୫୦ ହଜାର ଗୁପ୍‌ଚୁପ୍‌ ପ୍ରସ୍ତୁତ କରିଥିଲେ  ଏଥିପାଇଁ ୧୦ଟି ଷ୍ଟଲ୍ ଲଗାଇଥିଲେ। ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁପ୍‌ଚୁପ୍ ଖାଇଥିଲେ। ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି।

ମହିଳା, ଶିଶୁ ଏବଂ ବୟସ୍କମାନେ ଗୁପଚୁପ ଖାଇବା ପରେ ଅଞ୍ଚଲ ଗୁପ୍ତାଙ୍କୁ ତାଙ୍କ ଝିଅର ଆଗମନ ଆନନ୍ଦରେ ଅଭିନନ୍ଦନ ଜଣାଇଛନ୍ତି। ଆଞ୍ଚଳିକ ବିଧାୟକ ରମେଶ୍ୱର ଶର୍ମା ମଧ୍ୟ ଅଞ୍ଚଲ ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅର ଆଗମନକୁ ପାଳନ କରିବାର ଏହି ଭିନ୍ନ ଉପାୟ ତାଙ୍କୁ ପସନ୍ଦ ଆସିଛି । ବେଟି ବଚାଓ ଏବଂ ବେଟି ପଢ଼ାଓ ଅଭିଯାନକୁ ପ୍ରୋତ୍ସାହିତ କରିବାର ଏହା ଏକ ଜୀବନ୍ତ ଉଦାହରଣ ।

ଅଞ୍ଚଲ ଗୁପ୍ତା ଗତ ୧୪ବର୍ଷ ଧରି କୋଲାରର ବଞ୍ଜାରୀ ମୁଖ୍ୟ ରାସ୍ତାରେ ଗୁପଚୁପର ଏକ ଷ୍ଟଲ୍ ଲଗାଇଛନ୍ତି। ସେ ଜଣେ ଗୁପ୍‌ଚୁପ୍‌ ବିକ୍ରେତା। ସେ କହିଛନ୍ତି ଯେ ଆଜି ବି ସମାଜର ଅନେକ ଲୋକ ମାଆ ଗର୍ଭରେ ଝିଅମାନଙ୍କୁ ହତ୍ୟା କରିଦେଉଛନ୍ତି। ଏହି କାରଣରୁ, ମୁଁ ସ୍ଥିର କରିଥିଲି ଯେ ଯଦି ଘରେ ଝିଅ ଜନ୍ମ ନେବ, ତେବେ ମୁଁ ଲୋକଙ୍କୁ ମାଗଣାରେ ଖାଇବାକୁ ଦେବି।

Leave A Reply

Your email address will not be published.