Odisha Link
Bridging the Missing Links in Odisha

କୋର୍ଟ ରୁମରୁ ଆସି ପାର୍କିଂରେ ଶୁଣାଣି କଲେ ଜଜ୍

କୋର୍ବା: କୋର୍ଟ ରୁମରୁ ଆସି ପାର୍କିଂରେ ଶୁଣାଣି କଲେ ଜଜ୍। ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି। ଜଣେ ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସି ପାର୍କିଂରେ ଶୁଣାଣି କରିଛନ୍ତି ଜଜ୍।

ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ବାହାରେ ଥିବା ପାର୍କିଂରେ ଏପରି ଶୁଣାଣି କରିଛନ୍ତି ଜଜ୍।

ସୂଚନାଯୋଗ୍ୟ, ୨୦୧୮ରେ ଦୁର୍ଘଟଣା କାରଣରୁ ଦ୍ୱାରିକା ପ୍ରସାଦ କନୱର ନାମକ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ହୋଇଥିଲେ। ଚାଲିବା ବୁଲିବାରେ ଅସମର୍ଥ ହେବାରୁ ବିଛଣାରେ ପଡି ରହୁଥିଲେ। ଏହାପରେ ଦ୍ୱାରିକା ଇନ୍ସୁରାନ୍ସ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ। ୩ ବର୍ଷ ଧରି ତାଙ୍କ ମାମଲା ସ୍ଥଗିତ ହୋଇ ରହିଥିଲା। ଦିବ୍ୟାଙ୍ଗ କାରଣରୁ ସେ କୋର୍ଟ ଭିତରକୁ ଯାଇପାରିନଥିଲେ। ଯାହାଫଳରେ ଜଜ୍ ନିଜେ କୋର୍ଟ ବାହାରକୁ ଆସିଥିଲେ ଓ ପାର୍କିଂରେ ଯାଇ ଶୁଣାଣି କରିଥିଲେ। କୋର୍ଟ ଦ୍ୱାରିକାଙ୍କ ସପକ୍ଷରେ ଶୁଣାଣି କରି ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଇନ୍ସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.