Odisha Link
Bridging the Missing Links in Odisha

ଆଜିଠୁ କୋହଳ ହେଲା ଜଗା ଦର୍ଶନ କଟକଣା

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ନୂତନ ଏସଓପି ଲାଗୁ। ନୂଆ ଏସଓପି ଅନୁଯାୟୀ ଜଗା ଦର୍ଶନ କରିଛନ୍ତି ଭକ୍ତ। ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଭୋଗ ଓ ଫୁଲ ମନା ଥିଲା। ମାତ୍ର ନୂଆ ଏସଓପିରେ ଶ୍ରୀମନ୍ଦିର ଭିତରକୁ ଭୋଗ ଓ ଫୁଲ ନେଇ ପାରିବେ। ଆନନ୍ଦ ବଜାରରେ ମହାପ୍ରସାଦ ମଧ୍ୟ ସେବନ କରିପାରିବେ।

ଗତ ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବଭଳି ରବିବାର ସମେଚ ସ୍ବତନ୍ତ୍ର ପର୍ବ ପର୍ବାଣୀରେ ଦର୍ଶନ ବନ୍ଦ ରହିବ। ପୁରୁଣା ଏସଓପି ଅନୁସାରେ ଗତ ତିନିଦିନ ଧରି ଦର୍ଶନ ବନ୍ଦ ରହିଥିଲା। ସକାଳ ୭ରୁ ରାତି ୭ ପର୍ୟ୍ୟନ୍ତ ଦର୍ଶନକୁ ଅନୁମତି ଥିଲା ନୂଆ ଏସଓପିରେ ଏହାକୁ ୨ଘଣ୍ଟା ବୃଦ୍ଧି କରାଯାଇଛି।

କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଓ ବାକି ୬ ଦିନ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ। ଶ୍ରୀମନ୍ଦିରରେ ଦର୍ଶନ ନେଇ ଥିବା ଝଙଚ କୋହଳକୁ ଭକ୍ତଙ୍କ ସ୍ବାଗତ କରିଛନ୍ତି। ଦର୍ଶନ ସମୟସୀମା ବଢିଥିବାରୁ ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.