Odisha Link
Bridging the Missing Links in Odisha

କୁବେର ଦିଦିଙ୍କ ୪ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ବର: ଅଙ୍ଗନବାଡ଼ି ଦିଦିଙ୍କ ସମ୍ପତ୍ତି ତାଲିକା ଦେଖି ତାଜୁବ ଭିଜିଲାନ୍ସ। କୁବେର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରିଥିବା କବିତା ମାଥନଙ୍କ ପାଖରୁ ଏହି ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।

କୁବେର ଦିଦିଙ୍କ ଭୁବନେଶ୍ୱରରେ ୪ଟି କୋଠା ରହିଛି। ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା ରହିଛି। ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି।

ସେହିପରି ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି। ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି। ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି। ଆଜି ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନ୍ସପେର ରେଡ୍‌ କରିଥିଲେ।

ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା। ଏହା ପରେ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକ କାଳିନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଦିଦିଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି।

Leave A Reply

Your email address will not be published.