Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନରେ ଡବଲ ଡୋଜ ଟିକାକୁ ବାଧ୍ୟତାମୂଳକ

ପିପିଲି: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ତେଣୁ କଟକଣାରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସବୁବେଳେ ପରାମର୍ଶ ଦେଉଛନ୍ତି। ଏହାରି ଭିତରେ କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ।

ଉପନିର୍ବାଚନ ସମୟରେ କୋଭିଡର ଦୁଇ ଡୋଜ୍ ଟିକା ନେଇଥିବା ଅଧିକାରୀ ଦାୟିତ୍ୱରେ ରହିବେ। ନିର୍ବାଚନରେ ଡବଲ ଡୋଜ ଟିକାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକାରୀ ଡବଲ ଡୋଜ ନେଇଛନ୍ତି କି ନାହିଁ ସେନେଇ ଜିଲ୍ଲାପାଳ ତଦାରଖ କରିବେ।

ସେହିପରି ଏଥର ପିପିଲିରେ ୭୫ଟି ବୁଥ୍ ବୃଦ୍ଧି କରାଯାଇଛି। କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

Leave A Reply

Your email address will not be published.