Odisha Link
Bridging the Missing Links in Odisha

ଆଇଟିଆର ତଥ୍ୟ ଲିକ୍ ମାମଲା: ସାମ୍ନାକୁ ଆସିଲା ପାକ୍ ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟ୍!

ଚାନ୍ଦିପୁର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ସାମନାକୁ ଆସିଲା ସାଂଘାତିକ ତଥ୍ୟ।  ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍‌। ତଥ୍ୟ ଲିକ ନେଇ ଗିରଫ ୪ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି।

ଗିରଫ ୪ ଜଣକ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା। ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତ। ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ହୋଇଥିବା ସାମ୍ନାକୁ ଆସୁଛି। ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା। ଏପରିକି ମହିଳା ଜଣକ ଚାନ୍ଦିପୁର ଆସିବାକୁ ଚାହୁଁଥିବା ବି ଜଣାଯାଇଛି।

ସୂଚନା ଯୋଗ୍ୟ, ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ। କଲ ରେକର୍ଡରେ ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି। ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା। ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟର ତଥ୍ୟ ପାଇବା ଲାଗି ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି।

ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ଆନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା। ଯୁବତୀଙ୍କ ସହ ଟଙ୍କା ବଢାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ। ସେପଟେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ବାଲେଶ୍ୱରରେ ପହଂଚି ତଦନ୍ତ ଆରମ୍ଭ କରିବ।

Leave A Reply

Your email address will not be published.