Odisha Link
Bridging the Missing Links in Odisha

ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: ଭାରତୀୟ ମାନେ ଖାଇବା ଓ ଖୁଆଇବାରେ ସବୁଠାରୁ ଆଗରେ। ଦେଶରେ ଅନେକ ଭାଷାଭାଷୀ ଲୋକ ବାସ କରୁଥିବା ବେଳେ ପରମ୍ପରା ଅନୁସାରେ, ଅନେକ ପ୍ରକାରର ବ୍ୟଞ୍ଜନ  ତିଆରି କରିଥାନ୍ତି। ତେବେ ଭଲ ତଥା ଉଚ୍ଚ ଗୁଣବତ୍ତାର ଖାଦ୍ୟ ଗ୍ରହଣ କରିବା ମଧ୍ୟ ଜରୁରୀ। କାରଣ ସୁସ୍ୱାଦୁ ଖାଦ୍ୟ ଖାଇବା ସହିତ ଶରୀରର ଧ୍ୟାନ ରଖିବା ନିହାତି ଆବଶ୍ୟକ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ତଥା ଏଫଏସଏସଏଆଇ ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ଆଧାରରେ ରାଜ୍ୟ ମାନଙ୍କର ର‍୍ୟାଙ୍କିଙ୍କ୍ ଜାରି କରିଛନ୍ତି।

ତେବ ଏହି ର‍୍ୟାଙ୍କିଙ୍କ୍‌ରେ ଖାଦ୍ୟ ଗୁଣବତ୍ତା ମାମଲାରେ ଗୁଜୁରାଟ, କେରଳ ଏବଂ ତାମିଲନାଡ଼ୁ ଟପ୍ ରେ ରହିଛନ୍ତି। ଏହା ବ୍ୟତୀତ ଅନ୍ୟ ରାଜ୍ୟମାନେ ଯେପରିକି ପ୍ରଥମେ ଗୋଆ, ଦ୍ୱିତୀୟରେ ମେଘାଳୟ ଓ ତୃତୀୟରେ ମଣିପୁର ରହିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁକାଶ୍ମୀର ପ୍ରଥମ ଓ ଆଣ୍ଡାମାନ୍ ନିକୋବର ଦ୍ୱିତୀୟରେ ରହିଛନ୍ତି। ତେବେ ଓଡ଼ିଶା ୨୦୧୮-୧୯ ରେ ଓଡ଼ିଶା ୧୩ ସ୍ଥାନରେ ରହିଥିଲା କିନ୍ତୁ ଚଳିତ ଥର ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ସେହିପରି ହିମାଚଳ ୧୦ନମ୍ବରରୁ ୬ ନମ୍ବରକୁ ଆସିଛି।

ରାଜ୍ୟ ମାନଙ୍କରେ ଖାଦ୍ୟର ବିଭିନ୍ନ କ୍ୱାଲିଟି ଆଧାରରେ ରାଙ୍କିଙ୍କ୍ କରାଯାଇଛି। ଯେପରିକି ମ୍ୟୁମାନ୍ ରିସୋର୍ସ, ନିୟମର ପାଳନ, ଟେଷ୍ଟିଂ ସୁବିଧା, ଟ୍ରେନିଂ ଓ କନଜ୍ୟୁମର୍ ରାଇଟ୍ସ ସାମିଲ ରହିଛି। ଭାରତରେ ଖାଦ୍ୟ ଯେପରିକି ବିସ୍କେଟ୍, ନମକିନ୍, କେକ୍, ଜୁସ୍ ଆଦିରେ ଫ୍ୟାଟ୍ କୁ କମ୍ କରିବା କାମ ବି କରାଯାଇଛି। ଏହି ମାମଲାରେ ଭାରତ ଅନେକ ସଫଳତା ହାସଲ କରିଛି ଓ ଆଗକୁ ବି ଚେଷ୍ଟା ଜାରି ରଖିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ହୋଇଥିବା ସର୍ଭେର ଫଳାଫଳ ଜାରି କରିଛନ୍ତି।

ଭାରତର ୩୪ ରାଜ୍ୟରୁ ୪୧୯ଟି ସହରରୁ ୬ ପ୍ରକାରର ଖାଦ୍ୟର ସାମ୍ପଲ ସଂଗ୍ରହ କରାଯାଇଥିଲା। ମୋଟ ୬୨୪୫ ସାମ୍ପଲ ଟେଷ୍ଟ କରାଯାଇଥିଲା। ଯେଉଁଥିରେ କେବଳ ୮୪ ସାମ୍ପଲ ଅର୍ଥାତ୍ ୧.୩୪% ସାମ୍ପଲରେ ୩ ପ୍ରତିଶତ ରୁ ଅଧିକ ମାତ୍ରାରେ ଟ୍ରାନ୍ସ ଫ୍ୟାଟ୍ ମିଳିଛି। ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଭାରତରେ ଟ୍ରାନ୍ସ ଫ୍ୟାଟ୍ ଫ୍ରୀ ଖାଦ୍ୟ ତିଆରି କରିବାର ମାତ୍ରା ବଢ଼ାଇବା ନେଇ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.