Odisha Link
Bridging the Missing Links in Odisha

ରାଜଧାନୀରୁ ୫୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ଏନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଯୁବକଙ୍କ ନାମ ମାଧବା ଦିଗାଲ ବୋଲି ଜଣାପଡିଛି।

ସୂଚନା ମୁତାବକ, ଗଞ୍ଜେଇ କାରବାର ନେଇ ଅକବାରୀ ନିକଟରେ ଖବର ରହିଥିଲା। ପୂର୍ବ ସୂଚନାନୁସାରେ ଅବକାରୀ ବିଭାଗ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢାଉ କରିଥିଲା। ଏହି ଚଢାଉରେ ଅବକାରୀ ବିଭାଗକୁ ପ୍ରାୟ ୫୫କେଜିର ଗଞ୍ଜେଇ ଜବତ କରିଥିଲା। ଏହାସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଏସବୁ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ।

Leave A Reply

Your email address will not be published.