Odisha Link
Bridging the Missing Links in Odisha

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଲଗାତାର ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର। ଆଜି ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଡିଜେଲ ଦର ପୁଣି ଥରେ ୨୫ ପଇସାରୁ ୨୭ ପଇସା ବୃଦ୍ଧି କରିଛନ୍ତି। ଆଜିର ଦର ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮୯.୦୭ ଟଙ୍କାରୁ ବୃଦ୍ଧି ପାଇ ୮୯.୩୨ ଟଙ୍କାରେ ପହଞ୍ଚିଛି।

ତେବେ ଡିଜେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ ପେଟ୍ରୋଲ ଦର ସ୍ଥିର ରହିଛି। ଆଜିର ଡିଜେଲ ଦର ବୃଦ୍ଧି ପରେ ମୁମ୍ବାଇରେ ଡିଜେଲ ଲିଟର ପିଛା ଦର ୯୬.୬୮ରୁ ବୃଦ୍ଧି ପାଇ ୯୬.୯୪ରେ ପହଞ୍ଚି ଯାଇଛି। ସେହିପରି ପେଟ୍ରୋଲ ୧୦୭.୨୬ ଟଙ୍କାରେ ସ୍ଥିର ରହିଛି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛି ୧୦୧.୧୯ ଟଙ୍କା ଏବଂ ଡିଜେଲ ଦର ୮୮.୮୨ ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା୨୬ ପଇସା ଥିବାବେଳେ ଡିଜେଲ ଦର ୯୬.୪୧ ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୧ ଟଙ୍କା ୬୨ ପଇସା ଥିବାବେଳେ ଡିଜେ ଦର ରହିଛି ୯୨.୪୨ ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୮.୯୬ ଥିବାବେଳେ ଡିଜେଲ ଦର ୯୩ ଟଙ୍କା ୯୩ ପଇସା ରହିଛି।