Odisha Link
Bridging the Missing Links in Odisha

ପୁରୀ ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା, ସେବାୟତ ଗିରଫ

ତୁ ମୋ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ବୋଲି ଧମକାଇଥିଲେ।

ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗରେ ପୁଲିସର କାର୍ଯ୍ୟାନୁଷ୍ଠାନ। ମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୁଲିସ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ।

ପୁଲିସ ସୂଚନା ଦେଇ କହିଛି ଯେ, ପକ୍ସୋ ଆଇନ ଅନୁଯାୟୀ ସେବାୟତ ଜଣଙ୍କୁ ଗିରଫ କରାଯାଇଛି। ନାବାଳକ ଓ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରାଯାଇଛି। ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ନାବାଳକଙ୍କୁ ସିଡବ୍ଲୁସିରେ ହାଜର କରାଯିବ।ନାବାଳକଙ୍କ ବାପା ସେବାୟତ ସୂର୍ଯ୍ୟ ନାରାୟଣ ମହାପାତ୍ର କହିଛନ୍ତି ଯେ, ସେ ଜଣେ ଦୃଷ୍ଟିହୀନ। ଯାହାଫଳରେ ନାବାଳକ ପୁଅ ତାଙ୍କୁ ମନ୍ଦିର ନେବା ଆଣିବା କରେ। ଏଥିସହିତ ପୁଅ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ନିର୍ମାଲ୍ୟ ଖଳାରେ କାମ କରେ।

ସେ ଆହୁରି କହିଛନ୍ତି ଯେ, ୨ ମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡ ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପ୍ରତିବାଦ କରିବାରୁ ଧମକ ଦେଇଥିଲେ। ତୁ ମୋ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ବୋଲି ଧମକାଇଥିଲେ। ଆଉ ସେହି ଦିନଠାରୁ ପୁଅ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛି। ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ସେ ନ୍ୟାୟ ଦାବି କରିଛନ୍ତି।

Leave A Reply

Your email address will not be published.