Odisha Link
Bridging the Missing Links in Odisha

ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲା: ପ୍ରଭାତଙ୍କୁ ଶକ୍ତ ଝଟକା, ପ୍ରଦୀପଙ୍କୁ ଜାମିନ୍

ଏଟି ଗ୍ରୁପ୍‌ ଜମାକାରୀଙ୍କ ଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା।

କଟକ: ଅର୍ଥତତ୍ତ୍ବ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆସିଲା ବଡ଼ ଖବର। ଚିଟ୍‌ଫଣ୍ଡ ଠକେଇର ମାଷ୍ଟରମାଇଣ୍ଡ ପ୍ରଦୀପ ସେଠୀଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଏହି ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ଏଟି ଗ୍ରୁପ୍‌ ଜମାକାରୀଙ୍କ ଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ଅପରପକ୍ଷେ ବାଙ୍କିର ପୂର୍ବତନ ବିଧାୟକ ତଥା ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ପ୍ରଭାତ ତ୍ରିପାଠୀଙ୍କ ଲାଗିଛି ଜୋରଦାର ଝଟକା। ସିବିଆଇ ଏତଲା ରଦ୍ଦ କରିବାକୁ ନେଇ ହୋଇଥିବା ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ପ୍ରଭାତଙ୍କ ବିରୁଦ୍ଧରେ ଚାଲୁ ରହିଥିବା ସିବିଆଇ ମାମଲାକୁ ଚାଲୁ ରଖିଲେ ହାଇକୋର୍ଟ। ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ପ୍ରଭାତ। ଏହା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ୨୦୧୭ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେଇଥିଲା ବିଜେଡି।

Leave A Reply

Your email address will not be published.