Odisha Link
Bridging the Missing Links in Odisha

୧୯ ବର୍ଷ ପରେ ଜେଲ୍‌ରୁ ନିର୍ଦ୍ଦୋଷରେ ଖଲାସ

ବାରିପଦା: ଜେଲ୍‌ରେ ୧୯ ବର୍ଷର ଦଣ୍ଡ ଭୋଗିବା ପରେ ଜଣେ ବିଚାରାଧୀନ ବନ୍ଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନ୍ୟାୟାଳୟ। ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନାର ବଳରାମପୁର ବାସିନ୍ଦା ହାବେଳି ସିଦ୍ଧୁଙ୍କ ବାରିପଦା ଜିଲ୍ଲା ଦୌରା ନ୍ୟାୟଧୀଶ ଶୁକ୍ରବାର ଦିନ ନିର୍ଦ୍ଦୋଷରେ ମୁକ୍ତି ଦେଇଛନ୍ତି।

ହାବେଳି ନିଜ ପରିବାର ସହ ଶ୍ବଶୁର ଘର ଗାଁ କୁଡ଼ୁମୁଟୁରେ ରହୁଥିଲେ। ସେହି ଗାଁର ଜମାଦାର ପିଙ୍ଗୁଆ ଓ ଟୁନାରାମ ପୁର୍ତି ତାଙ୍କୁ ସବୁବେଳେ ଗୁଣିଗାରେଡ଼ି ନେଇ ସନ୍ଦେହ କରୁଥିଲେ। ୨୦୧୩ ଜାନୁଆରୀ ୧ ତାରିଖରେ ଜମାଦାର, ତାଙ୍କର ଦୁଇବର୍ଷର ଝିଅ ଓ ଟୁନାରାମ ନିଖୋଜ ହୋଇ ଯାଇଥିଲେ। ଦୁଇ ଦିନ ପରେ ଜାନୁଆୀ ୩ ତାରିଖରେ ଯଶିପୁରା ନିକଟ ଖଇରି ନଦୀପଠାରୁ ସେମାନଙ୍କ ମୃତଦେହ ମିଳିଥିଲା।

ସିଦ୍ଧୁ ଏମାନଙ୍କୁ ହତ୍ୟା କରିଥିବା ନେଇ କାଳେ ଜଣେ ହୋମଗାର୍ଡଙ୍କୁ କହିଥିଲା ବୋଲି ହୋମଗାର୍ଡ ସେତେବେଳେ ଯଶିପୁରା ଥାନାରେ ଜଣାଇଥିଲେ। ତହିଁ ପରଦିନ ଅର୍ଥାତ ଜାନୁଆର ୪ରେ ପୁଲିସ ହାବେଳି ସିଦ୍ଧୁକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଫାଷ୍ଟଟ୍ରାକ୍‌ କୋର୍ଟରେ ତାଙ୍କର ବିଚାର ହୋଇ ୨୦୦୫ ମସିହାରେ ଆଜୀବନ କାରାବାସ ଦଣ୍ଡ ମିଳିଥିଲା।

ପରେ ଏହି ରାୟ ଉପରେ ହୋବଳି ନ୍ୟାୟାଳୟରେ ଅପିଲ କରିଥିଲେ। ୨୦୨୧ରେ ମାମଲାର ଶୁଣାଣି ହୋଇତିଲା ଓ କୋର୍ଟ ପକ୍ଷରୁ ହାବେଳି ପାଇଁ ଜଣେ ଓକିଲ ନିଯୁକ୍ତ କରାଯାଇଥିଲା। ଘଟଣାର କୌଣସି ପ୍ରମାଣ ନଥିଲା। ତଦନ୍ତକାରୀ ଅଧିକାରୀ ଏକ ଘଟଣାଶୃଙ୍ଖଳ ଶୁଣାଇ ୧୧ ଜଣ ସାକ୍ଷୀ ଉପସ୍ଥାପନ କରିଥିଲେ ବି କେହି ସିଧାସଳଖ ଅପରାଧ ବାବଦରେ ଜାଣିନଥିଲେ। ପ୍ରମାଣ ଅଭାବରୁ କୋର୍ଟ ହାବେଳିଙ୍କୁ ନିର୍ଦ୍ଦେଶେରେ ଖଲାସ କରିଛନ୍ତି।

Leave A Reply

Your email address will not be published.