Odisha Link
Bridging the Missing Links in Odisha

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, କେବେ ହେବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ବିଗୁଲ ମଧ୍ୟରେ ବଡ଼ ଖବର। ଘୁଞ୍ଚିଲା ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ। ନିର୍ବାଚନ କମିଶନର ଘୁଞ୍ଚାଇଲେ ନିର୍ବାଚନ ତାରିଖ। ସମସ୍ତ ରାଜନୈତିକ ଦଳ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଥିଲେ। ଯାହାକୁ ନଜରରେ ରଖି ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ଏଣିକି ୧୪ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ଏବେ ଆସନ୍ତା ୨୦ ତାରିଖରେ ହେବ। ଅର୍ଥାତ୍‌ ଫେବ୍ରୁଆରୀ ୨୦ ତାରରିଖରେ ପଞ୍ଜାବ ନିର୍ବାଚନ ପାଇଁ ଭୋଟ ପଡ଼ିବ।

ନିିର୍ବାଚନ କମିଶନରଙ୍କ ଘୋାଷଣା କରିଥିଲେ ଯେ, ପଞ୍ଜାବରେ ଫେବ୍ରୁଆରୀ ୧୪ରେ ଭୋଟିଂ ହେବ। ହେଲେ ଫେବ୍ରୁଆରୀ ୧୬ ତାରିଖରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପଡ଼ୁଥିବାରୁ ଲକ୍ଷ ଲକ୍ଷ ଲୋକ ବନାରସ ଯାତ୍ରା କରିଥାନ୍ତି। ଯାହାଫଳରେ ଅନେକ ଭୋଟର ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ହୋଇଥାନ୍ତେ। ଯାହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ଭୋଟିଂ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଥିଲେ। ଯାହାଫଳରେ ନିର୍ବାଚନ କମିଶନର ଫେବ୍ରୁଆରୀ ୧୪ ପରିବର୍ତ୍ତେ ଫେବ୍ରୁଆରୀ ୨୦ ତାରିଖରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ ବୋଲି କୁହାଯାଇଥିଲା। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ। କିନ୍ତୁ ଏବେ ନିର୍ବାଚନ ତାରିଖ ୨୦ ଫେବ୍ରୁଆରୀକୁ ଘୁଞ୍ଚାଯାଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.