Odisha Link
Bridging the Missing Links in Odisha

ପୁଅ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ସାଂସଦ, ହାଇକମାଣ୍ଡଙ୍କୁ ଚିଠି ଲେଖି କହିଲେ…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ। ଏଥିପାଇଁ ଆରମ୍ଭ ହୋଇ ସାରରିଲାଣି କସରତ। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ପୁଅକୁ ଟିକେଟ୍‌ ଦେବା ପାଇଁ ବିଜେପି ହାଇ କମାଣ୍ଡଙ୍କୁ ଚିଠି ଲେଖିଛନ୍ତି ସାଂସଦ।

ପୁଅକୁ ଟିକେଟ୍‌ ଦେଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ନେଇ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତ୍ରୀ। ଅହ୍ଲାବାଦ ଆସନରୁ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ପୁଅ ମୟଙ୍କ ଯୋଶୀଙ୍କୁ ଦଳର ଟିକେଟ୍ ମିଳିଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଏପରି ପ୍ରସ୍ତାବ ଦେଇଛନ୍ତି ରୀତା ବହୁଗୁଣା।

ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ପୁଅ ମୟଙ୍କ ଯୋଶୀଙ୍କ ପାଇଁ ଟିକେଟ୍ ଆଶା ରଖିଛନ୍ତି ବିଜେପିର ଏହି ବରିଷ୍ଠ ନେତ୍ରୀ । ସୂଚନାଯୋଗ୍ୟ ବିଜେପି ସାଂସଦମାନଙ୍କୁ ଟିକେଟ ଦେବାକୁ ମନା କରିସାରିଛି। ଦଳ ଗୋଟିଏ ପରିବାର ଗୋଟିଏ ଟିକେଟ ନେଇ ଘୋଷଣା କରିଛି। ଏପରି ସ୍ଥଳେ ମୟଙ୍କକୁ ଟିକେଟ୍ ମିଳିବା ନେଇ ଅନିଶ୍ଚିତା ରହିଛି।

ବିଜେପିର ଏହି ବରିଷ୍ଠ ନେତ୍ରୀ ଜଣକ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏବେ ମୁଁ ସାଂସଦ ପଦରୁ ଇସ୍ତଫା ଦେଇ ଦଳ ପାଇଁ କାମ କରିବାକୁ ଚାହୁଁଛି। ପୁଅକୁ ଟିକେଟ ଦେବାରେ ଯଦି ମୋର ସାଂସଦ ପଦ ବାଧା ସୃଷ୍ଟି କରୁଛି, ତେବେ ଏହି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।

Leave A Reply

Your email address will not be published.