Odisha Link
Bridging the Missing Links in Odisha

ଅଗଷ୍ଟରେ ଲଞ୍ଚ ହେବ ‘ଚନ୍ଦ୍ରଯାନ-୩’

ସଂସଦର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ ବୁଧବାର ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ‘ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ତଥା ଜ୍ଞାନକୌଶଳ ଏବଂ ବରିଷ୍ଠ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଚନ୍ଦ୍ରଯାନ-୩ ପ୍ରସ୍ତୁତି ବ୍ୟାପକ ଭାବେ ଜାରି ରହିଛି ।

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୨ର ବିଫଳତାର ୨ ବର୍ଷ ପରେ ଭାରତୀୟ ଅନ୍ତରିକ୍ଷ ଓ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) କଲା ବଡ଼ ଘୋଷଣା। ଚଳିତ ବର୍ଷ ଅର୍ଥାତ୍‌ ୨୦୨୨ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ ଲଞ୍ଚ କରିବାକୁ ଯାଉଛି ଇସ୍ରୋ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟମନ୍ତ୍ରୀ ଜିତେନ୍ଦ୍ର ସିଂହ।

ସଂସଦର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ ବୁଧବାର ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ‘ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ତଥା ଜ୍ଞାନକୌଶଳ ଏବଂ ବରିଷ୍ଠ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଚନ୍ଦ୍ରଯାନ-୩ ପ୍ରସ୍ତୁତି ବ୍ୟାପକ ଭାବେ ଜାରି ରହିଛି। ଚନ୍ଦ୍ରଯାଦ-୩ ପାଇଁ ଆବଶ୍ୟକୀୟ ହାର୍ଡଓ୍ବେର ଏବଂ ଯନ୍ତ୍ରାଂଶ ଗୁଡିକର ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ ହୋଇଛି । ଆସନ୍ତା ୨୦୨୨ ଅଗଷ୍ଟ ମାସରେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଲଞ୍ଚ କରାଯିବ।

ସେ ଆହୁରି କହିଛନ୍ତି ଯେ, କେବଳ ଚନ୍ଦ୍ରଯାନ-୩ ନୁହେଁ ୨୦୨୨ରେ ମୋଟ ୧୯ଟି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରରିଛି। ଯେଉଁଥିରେ ୮ଟି ଲଞ୍ଚ ଭେଇକିଲ୍‌ ମେସିନ୍‌ ଥିବା ବେଳେ, ୭ଟି ସ୍ପେସ୍‌କ୍ରାଫ୍ଟ ମିସନ୍‌ ଏବଂ ୪ଟି ଟେକ୍ନୋଲୋଜୀ ଡେମୋନଷ୍ଟେ୍ରଟର୍ ମିସନ୍‌ ରହିଛି।

ସେହିପରି କରୋନା ମହାମାରୀ କାରଣରୁ ଆହୁରି ଅନେକ ମିସନ୍‌ ସମ୍ପୂର୍ଣ୍ଣ ହୋଇ ପାରି ନଥିବା କହିଛନ୍ତି ମନ୍ତ୍ରୀ। କରୋନା ମହାମାରୀ କାରଣରୁ ସେଗୁଡିକୁ ପରୀକ୍ଷଣ କରାଯାଇପାରି ନାହିଁ । ଏହା ସହିତ ଆଗାମୀ ଦିନରେ ଡିମାଣ୍ଡ ଡ୍ରିଭେନ୍‌ ମଡେଲ୍‌ ମଧ୍ୟ ସାମ୍ନାକୁ ଆସିବାର ଅଛି । ଗତ ୩ ବର୍ଷ ହେଲା ନୂଆ ନୂଆ ମଡେଲ ଉପରେ ଗବେଷଣା କରାଯାଉଛି ବୋଲି ରାଷ୍ଟମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।