Odisha Link
Bridging the Missing Links in Odisha

ଆରମ୍ଭ ହୋଇଗଲା କି ମହାଯୁଦ୍ଧ?

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଆରମ୍ଭ ହୋଇଗଲା କି ମହାଯୁଦ୍ଧ? କ’ଣ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହେଲା କି ମହାସମର ? ଏଭଳି ସବୁ ପ୍ରଶ୍ନ ମଧ୍ୟରେ ଋଷ ଦାବି କରିଛି ଯେ, ୟୁକ୍ରେନ୍‌ ବୋମାମାଡ କରି ତାର ସୀମା ପୋଷ୍ଟକୁ ଉଡାଇ ଦେଇଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ବହୁବାର ଦାବି କରି ସାରିଛି ଯେ , ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଆମ ଦେଶର ଜନତାଙ୍କ ଉପରେ ଆକ୍ରମଣ କରି ସାରିଛି। ତେବେ ୟୁକ୍ରେନ ଆମ ସୀମା ପୋଷ୍ଟ ଉପରେ ପ୍ରଥମ ଥର ଆକ୍ରମଣ କରିଥିବା କହିଛି ରୁଷ।

ରୁଷର ଏକ ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୧ ସକାଳ ୯ଟା ୫୦ରେ ୟୁକ୍ରେନ ଦ୍ଵାରା ନିକ୍ଷେପ ଏକ ମିସାଇଲରେ ରୁଷ-ୟୁକ୍ରେନ ସୀମାଠୁ ପ୍ରାୟ ୧୫୦ ମିଟର ଦୂରରେ ଏଫଏସବି ସୀମା ସୁରକ୍ଷା ସେବା ଦ୍ଵାରା ବ୍ୟବହୃତ ସୀମା ପୋଷ୍ଟ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ରୁଷ ଏହାର ପାଲଟା ଜବାବ ଦେଇଛି ନା ନାହିଁ ତାହା ଜଣା ପଡିନାହିଁ।

ଅନ୍ୟପଟେ ୟୁକ୍ରେନ ୟୁରୋପୀୟ ସଂଘ ଦ୍ଵାରା ରୁଷ ବିରୋଧରେ କଟକଣା ଦାବି କରିଛି। ଯଦ୍ଵାରା ଏହା ଦର୍ଶାଇ ପାରିବ ଯେ, ସେ ଯୁଦ୍ଧ ରୋକିବାକୁ ଗୁରୁତର ଭାବେ ଚିନ୍ତା କରୁଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ରୁଷ ୧୯୪୫ ପରେ ୟୁରୋପରେ ସବୁଠୁ ବଡ ଯୁଦ୍ଧ ଯୋଜନା ପ୍ରସ୍ତୁତ କରୁଛି।

Leave A Reply

Your email address will not be published.