ରିମାଣ୍ଡରେ ମ୍ୟାଡାମ୍ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ

ଓଏଲ୍ ବ୍ୟୁରୋ: ୫ ଦିନିଆ ରିମାଣ୍ଡରେ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଗତକାଲି ଗରିଫ ହୋଇଥିଲେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା।
୪ ଜଣଙ୍କୁ ଭଦ୍ରକ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଅଭିମୁଖେ ନିଆଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଗାଡ଼ିରେ ଆଜି ସକାଳୁ ସେମାନଙ୍କୁ କଟକ ଅଭିମୁଖେ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ ଏକୁଟିଆ ଜେରା କରାଯିବ । ଏହାପରେ ମୁହାଁମୁହିଁ ଜେରା କରାଯାଇ ସତ ସାମାନାକୁ ଅଣାଯିବ ବୋଲି ସୂଚନା ମିଳିଛି। ।