Odisha Link
Bridging the Missing Links in Odisha

ଲେହରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଭୂମିକମ୍ପ ଝଟକ।। ଜମ୍ମୁ କଶ୍ମୀରର ଲେହରେ ଭୂମିକମ୍ପ ଝଟକା ଅନୁଭୂତ। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ଥିବା ଜଣା ପଡ଼ିଛି। ଭୂମିକମ୍ପର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ୍‌ ଉତ୍ତର ଚୀନ୍‌ ବୋଲି ଜଣାପଡ଼ିଛି। ଆଜି ସକାଳ ୭ଟା ୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଘର ବାହାରକୁ ପଳାଇ ଆସିଥିଲେ। ଏବେସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ଆସିନାହିଁ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତିରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା। ଦିଗଲୀପୁର ଭୂମିକମ୍ପରେ ଥରିଥିଲା। ଏହାର ତୀବ୍ରତା ୪.୪ ଥିଲା। କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି।

Leave A Reply

Your email address will not be published.