Odisha Link
Bridging the Missing Links in Odisha

ବଡ଼ଦେଉଳରୁ ଖସିଲା ପ୍ଲାଷ୍ଟର !

ଓଏଲ୍‌ ବ୍ୟୁରୋ: ବଡ଼ଦେଉଳରୁ ଆସିଲା ବଡ଼ ଖବର। ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପ୍ଲାଷ୍ଟର। ପାଖାପାଖୀ ଦେଢ଼ କେଜି ଓଜନର ଏକ କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିବା ସୂଚନା ରହିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

ପଥର ଖସିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ବା ପ୍ରତିକ୍ରିୟା ମିଳିନାହିଁ। ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ବୋଧହୁଏ ସେଥିପାଇଁ ଚୁନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.