Odisha Link
Bridging the Missing Links in Odisha

ଶାହାଙ୍କ ଓଡ଼ିଶା ଗସ୍ତ ପରେ ବଦଳିଲେ ରାଜ୍ୟ ବିଜେପି ପ୍ରଭାରୀ

ଓଏଲ୍‌ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଦିନକ ପରେ ରାଜ୍ୟ ବିଜେପିକୁ ମିଳିଲା ନୂଆ ପ୍ରଭାରୀ। ସୁନୀଲ ବଂଶଲ ରାଜ୍ୟ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହିତ ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ଓଡ଼ିଶା, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ବ ବଂଶଲଙ୍କୁ ମିଳିଛି। ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ଶାହା ତାଙ୍କର ଗସ୍ତ ଅବସରରେ ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ସଂଗଠନ ଓ ୨୦୨୪ ନିର୍ବାଚନକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଶାହା ଓଡ଼ିଶାରେ ଦଳର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ନୂଆ ପ୍ରଭାରୀ ଭାବେ ସୁନୀଲଙ୍କୁ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୦୧୪ ଲୋକସଭାରେ ଶାନଦାର ବିଜୟ ପରେ ସୁନୀଲଙ୍କୁ ଉତ୍ତରପ୍ରଦେଶର ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା ।

ବିଜେପି ପକ୍ଷରୁ ସୁନୀଲଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତାବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପିର କଟ୍ଟର ବିରୋଧୀ ଭାବେ ଜଣାଶୁଣା କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ମାତ୍ ଦେବାକୁ ବିଜେପି ନିଜର ପ୍ରୟାସ ଚଳାଇଛି।

Leave A Reply

Your email address will not be published.