Odisha Link
Bridging the Missing Links in Odisha

୨ ବର୍ଷ ପରେ ନିିର୍ବାଚନ, ୩ ବର୍ଷରେ ହାତ ଛାଡ଼ିଲେଣି ୩ ଦଳ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଭାରତୀୟ ରାଜନୀତିରେ ବଢ଼ୁଛି ଭାରତୀୟ ଜନତା ପାର୍ଟିର ପତିଆରା। ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। କିନ୍ତୁ ଭାରତୀୟ ଜନତା ପାର୍ଟି ଯେଉଁ ସମୟରେ ସଂଘର୍ଷ କରୁଥିଲା ତାକୁ ସହଯୋଗ କରୁଥିବା ଦଳ ଗୁଡ଼ିିକ ଏବେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ(ଏନଡିଏ)ର ହାତ ଛାଡ଼ି ଛାଡ଼ି ଯାଉଛନ୍ତି।

୩ ବର୍ଷ ମଧ୍ୟରେ ୩ଟି ଦଳ ଏନଡିଏର ହାତ ଛାଡ଼ି ସାରିଲେଣି। ପ୍ରଥମେ ଶିବସେନା, ପରେ ଅକାଳୀ ଦଳ ଓ ଏବେ ଜନତା ଦଳ ୟୁନାଇଟେଡ ଏନଡିଏର ହାତ ଛାଡ଼ିଛନ୍ତି। ସୂଚନାଥାଉକି ଜନତା ଦଳ ୟୁନାଇଟେଡ୍‌ ୯ ବର୍ଷରେ ଦ୍ବିତୀୟ ଥର ପାଇଁ ଏନଡିଏରୁ ଅଲଗା ହୋଇଛି।

୨୦୧୯ ସାଧାରଣ ନିର୍ବାଚନ ପରେ ତୃତୀୟ ପ୍ରମୁଖ ରାଜନୈତିକ ଦଳ ଭାବେ ଜେଡିୟୁ ବିଜେପି ସହିତ ସମ୍ପର୍କ ଭାଙ୍ଗିଛି। ଲଗାତାର ୨ୟ ଥର ପାଇଁ ବିଜେପିର ସାଧାରଣ ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ସରକାର ଗଠନ କରିବାରେ ସଫଳ ହୋଇଥିଲା। ହେଲେ ନିର୍ବାଚନର ଦେଢ଼ ବର୍ଷ ମଧ୍ୟରେ ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଶିବସେନା ଓ ଅକାଳୀ ଦଳ ହାତ ଛାଡ଼ିଥିଲେ। ୨୦୧୯ ଶେଷରେ ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ମହାସଙ୍କଟ ମଧ୍ୟରେ ବିଜେପିର ହାତ ଛାଡ଼ିଥିଲା ଶିବସେନା। ଏଭଳି ଭାବେ ୩ ବର୍ଷରେ ୩ଟି ବଡ଼ ଦଳ ଏନଡିଏର ହାତ ଛାଡ଼ିଛନ୍ତି।

୨ ବର୍ଷ ପରେ ଲୋକସଭା ନିର୍ବାଚନ:
ଆଉ ୨ ବର୍ଷ ପରେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ପୂର୍ବରୁ ୨ ଦଳ ବିଜେପିର ହାତଛାଡ଼ି ଥିବାବେଳେ ଏବେ ଜେଡିୟୁ ଗଠବନ୍ଧନରୁ ନିଜକୁ ବାଦ ଦେଇଛି। ଏନଡିଏ ଛାଡିଥିବା ଜେଡିୟୁ ଅଲଗା ହେବାରେ ସାଂସଦ ଏବଂ ବିଧାୟକଙ୍କ ଦୃଷ୍ଟିରୁ ବଡ ଦଳ। ଜେଡିୟୁ ଜର୍ଜ ଫର୍ଣ୍ଣାଣ୍ଡିସ ଗୋଟିଏ ସମୟରେ ଏନଡିଏର ସଂଯୋଜକ ରହିଆସୁଥିଲେ।

ତେବେ ନୀତିଶ କୁମାରଙ୍କ ନେତୃତ୍ୱର ଦଳ ୨୦୧୩ରେ ବିଜେପିର ହାତ ଛାଡିଥିଲା। ସେତେବେଳେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ନୀତିଶ କୁମାର। ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଶାସନ କାଳରେ ୨୦୧୪ରୁ ୨୦୧୯ ମଧ୍ୟରେ ମେହେବୁବା ମୁଫତୀ ପିଡିପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଏନଡିଏରୁ ଅଲଗା ହୋଇଥିଲେ।

Leave A Reply

Your email address will not be published.