Odisha Link
Bridging the Missing Links in Odisha

୨୦୨୪ରେ ସିଏ ରହିବେ ତ? : ନୀତିଶ କୁମାର

କାରଣ ୨୦୨୦ ନିର୍ବାଚନରେ ଜେଡିୟୁ ସହ କିଛି ଭଲ ହୋଇନଥିଲା। ବିଜେପି ସହ ମେଣ୍ଟ କରିବାରୁ ହିଁ ଜେଡିୟୁକୁ ବଡ଼ କ୍ଷତି ହୋଇଥିଲା। ଏବେ ଆଉ କ୍ଷତି ହେବାକୁ ଦେବି ନାହିଁ।

ଓଏଲ୍‌ ବ୍ୟୁରୋ: ୨୨ ବର୍ଷ ମଧ୍ୟରେ ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ଏପରିକି ବିହାର ରାଜନୀତିରେ ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଓ ଶପଥ ନେବାର ପର୍ବ ମଧ୍ୟ ଶେଷ ହୋଇଯାଇଛି। ବିଜେପି ସହ ସମ୍ପର୍କ ଛିନ୍ନ କରି ସାରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ନୀତିଶ କୁମାର।

ଶପଥ ନେବା ପରେ ସେ କହିଛନ୍ତି, ୨୦୨ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲି। କାରଣ ୨୦୨୦ ନିର୍ବାଚନରେ ଜେଡିୟୁ ସହ କିଛି ଭଲ ହୋଇନଥିଲା। ବିଜେପି ସହ ମେଣ୍ଟ କରିବାରୁ ହିଁ ଜେଡିୟୁକୁ ବଡ଼ କ୍ଷତି ହୋଇଥିଲା। ଏବେ ଆଉ କ୍ଷତି ହେବାକୁ ଦେବି ନାହିଁ।

ସେ ଆହୁରି କହିଛନ୍ତି, କିଛି ଲୋକ ଭାବୁଛନ୍ତି ଦେଶରେ ବିରୋଧୀ ରହିବେନି। କିନ୍ତୁ ଏବେ ମୁଁ ବିରୋଧୀ ଦଳକୁ ଆସିଛି। ଏବେ ସବୁକିଛି ହେବ। ମୁଁ ମୋ ପୁରୁଣା ସ୍ଥାନକୁ ଫେରି ବହୁତ ଖୁସି। ୨୦୨୪ରେ ବିରୋଧୀ ଦଳ ଏକାଠି ହେଲେ ଶାସକ ଦଳ ସରକାରକୁ ଫେରିବା କଷ୍ଟକର ହୋଇଯିବ। ୨୦୧୪ରେ ଯିଏ ଆସିଥିଲେ ସିଏ ୨୦୨୪ରେ ରହିପାରିବେ ତ? ବୋଲି ପ୍ରଶ୍ନ କରିଛନ୍ତି ନୀତିଶ। ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।

୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତିଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତିଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Leave A Reply

Your email address will not be published.